You are currently viewing ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ

ଭୁବନେଶ୍ୱର(ଏଏନଏସ)୦୩/୦୩, ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ । ଜଣେ ଶିକ୍ଷକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାୟଗଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ(ବିଇଓ) ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ବିଇଓ ଅନ୍ତର୍ଯ୍ୟାମୀ ବେହେରା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଏରିୟର ଓ ପେନସନ କରେଇ ଦେବା ପାଇଁ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ନେବା ଆଧାରରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।