ଭୁବନେଶ୍ୱର, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଆଉ ତିନି ଜଣ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ 4ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନ୍ସର ଚାରୋଟି ଟିମ୍ । ତେବେ ସୂଚନା ଅନୁସାରେ ମ୍ୟାନେଜରଙ୍କ ଘରୁ କିଛି ନଗଦ ଟଙ୍କା ଏବଂ କିଛି ସୁନା ଗହଣା ମିଳିବା ସହ ତାଙ୍କ ସମ୍ପତ୍ତିର ଆକଳନ କରାଯାଉଛି ।
ସେହିପରି ଅନୁଗୁଳ ଜିଲ୍ଲାର ‘ଆର୍ ଡବ୍ଲୁ ଏସ୍ ଏସ୍’ର କନିଷ୍ଠ କିରାଣିଙ୍କ ବାସ ଭବନ ସମେତ ଅନ୍ୟ 7 ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ସେହିଭଳି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ଅନ୍ୟ 6 ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ