You are currently viewing ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘର ସାଧାରଣ ପରିଷଦ ବୈଠକ

  • Post category:ଓଡିଶା
  • Reading time:1 mins read

ବରଗଡ, ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସଂଘ ପକ୍ଷରୁ ସାଧାରଣ ବୈଠକ ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ବାବା ନୃସିଂହନାଥ ମନ୍ଦିର ପ୍ରାଙ୍ଗଣ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ସଂଘର ସଭାପତି ଅସିତ୍ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାବା ନୃସିଂହନାଥଙ୍କୁ ପୁଜା ଅର୍ଚ୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସଂଘର ଉପ-ସଭାପତି ଧୀରେନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ବୈଠକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ମଞ୍ଚ ର ଆବାହକ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ୱେବ୍ ମିଡ଼ିଆ ର ଗୁରୁତ୍ଵ ଏଵଂ ସାମ୍ବାଦିକ ମାନଙ୍କର ସମସ୍ୟା, ଓ ଦାୟିତ୍ୱ ଉପରେ ନିଜର ମନ୍ତବ୍ୟ ଦେଇ ବୈଠକରେ ଉପସ୍ଥିତ ସମସ୍ତ ୱେବ୍ ମିଡ଼ିଆ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ l

ବୈଠକରେ ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ୱେବ୍ ମିଡ଼ିଆ ର ସାମ୍ବାଦିକମାନେ ଯୋଗ ଦେଇ ସଂଗଠନ କୁ ମଜବୁତ କରିବା ପାଇଁ ନିଜ ନିଜର ମତାମତ ରଖିଥିଲେ ଓ ଆଗାମୀ ଦିନରେ ବରଗଡ ରୁ ଆରମ୍ଭ ହୋଇଥିବା ଏହି ସଂଘ ପଶ୍ଚିମ ଓଡ଼ିଶାରେ ବିସ୍ତାର କରି ସଂଗଠନ କୁ ସୁଦୃଢ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଗଲା l ୱେବ୍ ମିଡ଼ିଆ ସାମ୍ବାଦିକ ମାନଙ୍କୁ ଶାସକ ହୁଅନ୍ତୁ ବା ପ୍ରଶାସକ ଯିଏ ବି ଦୁର୍ବ୍ୟହାର କିମ୍ବା ଆକ୍ରୋଶ ମୂଳକ ଭାବରେ ଆକ୍ରମଣ କଲେ ସଂଘ୍ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ତାର ଉଚିତ୍ ଜବାବ୍ ଦିଆଯିବ ବୋଲି ସଂଘ ର ଆଇନ୍ ଉପଦେଷ୍ଟା ଓ ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।