ପୁରୀ, ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଧିରେ ଧିରେ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକୁ ଖୋଲାଯାଉଛି । କୋଭିଡ ଗାଇଡଲାଇନ ଭିତରେ ଖୋଲାଯାଉଛି ରାଜ୍ୟର ସମସ୍ତ ମନ୍ଦିର । ସୂଚନା ଥାଉକି, ଦୀର୍ଘ ୯ମାସର ବ୍ୟବଧାନ ପରେ ଡିସେମ୍ବର ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସେବାୟତ ଏବଂ ତାଙ୍କ ପରିବାରକୁ ଦର୍ଶନର ଅନୁମତି ମିଳିଥିଲା ଓ ପରେ ପୁରୀ ଜିଲ୍ଲା ବାସୀଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ପୁରୀ ଜିଲ୍ଲା ସହିତ ବାହାର ଜିଲ୍ଲାର ଜନସାଧାରଣଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ମିଳିଥିଲା । କିନ୍ତୁ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ନିଷ୍ପତ୍ତି ପାଇଁ ବହୁ ଶ୍ରଦ୍ଧାଳୁ ମନ୍ଦିର ପାଖକୁ ଆସି ମଧ୍ୟ ଦର୍ଶନ ନକରି ଫେରିଯାଇଥିଲେ । ଏହି ସବୁ କାରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଷ୍ପତ୍ତି ହୋଇଥିଲା କୋଭିଡ ନେଗେଟିଭ ରିପୋର୍ଟ ନଥିଲେ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ସାଧାରଣ ଭକ୍ତ ।
ସୂଚନା ଅନୁସାରେ, ୨୧ ରୁ ଭିଡ ହେବାର ସମ୍ଭାବନାକୁ ନେଇ ଏବଂ ଦର୍ଶନ ବ୍ୟବସ୍ଥା କିପରି ହେବ ଏହାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ବସିଛି । ତେବେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଉଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍