You are currently viewing କେବେ ଖୋଲିବ ନନ୍ଦନକାନନ ଓ ଚନ୍ଦକା ଜାଣନ୍ତୁ…

କେବେ ଖୋଲିବ ନନ୍ଦନକାନନ ଓ ଚନ୍ଦକା ଜାଣନ୍ତୁ…

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଚନ୍ଦକା ଅଭୟାରଣ୍ୟ । ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ । ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି । ସେହିପରି ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଖୋଲିବ ।

ଏନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।