ଝାରସୁଗୁଡା୨୫/୦୫ ନବ ଦାସଙ୍କ ହତ୍ୟାକୁ ତିନି ମାସ ବିତିଛି । ଆସନ୍ତା ୨୯ ତାରିଖରେ ୪ ମାସ ପୂରିବ । କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ଆଜି ପ୍ରିଲିମିନାରୀ ଚାର୍ଜସିଟ୍ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିବା ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆଇନ ଅନୁସାରେ ହତ୍ୟାର ୧୨୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ । ନବ ଦାସଙ୍କୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଚାର୍ଜସିଟରେ ଉଲ୍ଲେଖ ରହିଛି ହତ୍ୟାର ଦୁଇଟି କାରଣ । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ । ଦ୍ୱିତୀୟରେ ପୁରୁଣା ଝଗଡ଼ା । ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରିଛି ଗୋପାଳ । ହତ୍ୟାର କାରଣ ବି କହି ସାରିଛି । ବ୍ୟକ୍ତିଗତ କାରଣ ପାଇଁ ଗୁଳି ମାରିଥିବା କହିଛି ଗୋପାଳ । ଅହମ୍ମଦାବାଦର DFSSରେ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟରେ ମଧ୍ୟ ସ୍ୱୀକାର କରିଛି । କେମିତି ହତ୍ୟା କରିଥିଲା, ଡେମୋ ବି ଦେଖାଇଥିଲା ଗୋପାଳ । ତଦନ୍ତକାରୀ ସଂସ୍ଥାର ଗୋଟିଏ ଲକ୍ଷ୍ୟ, ଅଭିଯୁକ୍ତ କିଭଳି ଆଇନ ପଞ୍ଝାରୁ ଖସି ନଯିବ । ଗୋପାଳ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ ହୋଇଛି । ପାରିପାର୍ଶ୍ଵିକ ସ୍ଥିତି, ଫରେନ୍ସିକ୍ ତଥ୍ୟ ପ୍ରମାଣ, ସାକ୍ଷୀଙ୍କ ବୟାନ, କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ପ୍ରଫେସନାଲ ଏଜେନ୍ସୀର ରିପୋର୍ଟ ଆଧାରରେ ଚାର୍ଜସିଟ ପ୍ରସ୍ତୁତ ହୋଇଛି । ଗୋପାଳକୁ ଦୋଷୀ ସାବ୍ୟସ୍ତ କରି ଉଚିତ୍ ସଜା ମିଳିଲେ କ୍ରାଇମବ୍ରାଞ୍ଚର ତଦନ୍ତ ଓ ପାରିବାପଣିଆକୁ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଦୂର ହେବ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ