WINTER

ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୫ଟି ସହରର ତାପମାତ୍ରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ ଆରମ୍ଭ ହୋଇଛି ଶୀତ। ରାଜ୍ୟରେ ୫ଟି ସହରରେ  ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ ହୋଇଛି।

ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୁହୁଡ଼ିଆ ରହୁଛି । ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।