You are currently viewing ମହିଳା ଟି -୨୦ ବିଶ୍ୱକପ : ଇଂଲଣ୍ଡକୁ ୬ ରନରେ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

ମହିଳା ଟି -୨୦ ବିଶ୍ୱକପ : ଇଂଲଣ୍ଡକୁ ୬ ରନରେ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୨୫.୨.୨୩) : ମହିଳା ଟି-୨୦ ବିଶ୍ୱକପ । ଇଂଲଣ୍ଡକୁ ୬ ରନରେ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା । ଆସନ୍ତାକାଲି ଟାଇଟେଲ ପାଇଁ ଅଷ୍ଟ୍ରେଲିଆକୁ ସାମ୍ନା କରିବ ଘରୋଇ ଦଳ । ଆୟୋଜକ ଦକ୍ଷିଣ ଆଫ୍ରିକା ଆଇସିସି ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମି-ଫାଇନାଲରେ ଆୟୋଜକ ଦଳ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ଦଳକୁ ୬ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ଲୌରା ଓଲୱାର୍ଡ ଓ ତାଜମିନ ବିଟ୍ସଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୫୮ ରନ୍ କରିପାରିଥିଲା । ପୂର୍ବରୁ ୫ ଥର ବିଶ୍ୱକପ ଜିତି ସାରିଛି ଅଷ୍ଟ୍ରେଲିଆ ମହିଳା ଟିମ୍ । ହେଲେ ଘରୋଇ ପିଚରେ ଖେଳହେଉଥିବାରୁ ଏହାର ଫାଇଦା ନେବାକୁ ଭରପୁର ପ୍ରୟାସ କରିବ ଆୟୋଜକ ଟିମ୍ । ବଡ କଥା ହେଉଛି ଦକ୍ଷିଣ ଆଫ୍ରିକାର ପୁରୁଷ ଟିମ୍ ମଧ୍ୟ ବିଶ୍ୱକପ ଟାଇଟେଲ ଜିତି ନାହିଁ । ତେଣୁ ମହିଳା ଟିମ୍ ଆସନ୍ତାକାଲିର ମ୍ୟାଚ ଜିତି ଦେଶର ସମ୍ମାନ ରଖିବାକୁ ଚେଷ୍ଟା କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।