You are currently viewing ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

  • Post category:ଓଡିଶା
  • Reading time:1 mins read

ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ଖୁସୀ ଖବର । ରାଜ୍ୟସରକାର ସମସ୍ତ ଶ୍ରମିକମାନଙ୍କର ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି । କରୋନା ସମୟରେ ହୁ ହୁ ହୋଇ ବଢ଼ୁଥିବା ଦରଦାମକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଶ୍ରମିକମାନଙ୍କ ଦୈନିକ ମହଙ୍ଗ ଭତ୍ତା ୫ଟଙ୍କା ୪୦ପଇସା ବୃଦ୍ଧି କରାଯାଇଛି । ଅଣ କୁଶଳୀ ଶ୍ରମିକଙ୍କର ଦୈନିକ ମଜୁରୀ ୩୦୩.୪୦ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ୩୪୩.୪୦ଟଙ୍କା, କୁଶଳୀ ଶ୍ରମିକଙ୍କର ୩୯୩.୪୦ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କର ଦୈନିକ ମଜୁରୀ ୪୫୩.୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।