You are currently viewing କମ୍ପୁଟର ସେଣ୍ଟର ଭିତରେ ଯୁବକଙ୍କ ଝୁଲନ୍ତା ଶବ !

କମ୍ପୁଟର ସେଣ୍ଟର ଭିତରେ ଯୁବକଙ୍କ ଝୁଲନ୍ତା ଶବ !

ସାଲେପୁର, ସାଲେପୁର ସ୍ଥିତ କୁମୁଡ଼ାଜୟପୁର ଫାଣ୍ଡି ମଲ୍ଲିକପୁର ଗାଁର ଜଣେ ଯୁବକଙ୍କ ମୃତ ଦେହ କମ୍ପୁଟର ସେଣ୍ଟରରେ ଝୁଲୁଥିବାର ଦେଖିବାକୁ ମିଳିଛି । ସକାଳେ ଖବରପାଇ ଏହି ଶବକୁ ସ୍ଥାନୀୟ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛି । ସୂଚନା ଥାଉକି ମଲ୍ଲିକପୁର ଗାଁର ପ୍ରଶନ୍ନ ସାହୁ ନାମକ ଜଣେ ଯୁବକ କୁହୁଣ୍ଡା ପଞ୍ଚାୟତ କୋଠପଦା ବଜାର ଉପରେ କମ୍ପୁଣ୍ଟର ସେଣ୍ଟର ଖୋଲିଥିଲେ ।

ଯୁବକ ଜଣକ ଉଚ୍ଚ ଶିଖିତ ମଧ୍ୟ ଥିଲେ । ଘରୋଇ କମ୍ପାନୀରୁ ଚାକିରୀ ଛାଡ଼ି ଏହି ସେଣ୍ଟର ଖୋଲି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏ କରୋନା ସମୟରେ ଲକ୍‌ଡାଉନ ଓ ସଟ୍‌ଡାଉନର ପ୍ରଭାବ ଯୋଗୁଁ ସେଣ୍ଟରଟି ବନ୍ଦ ହୋଇଯାଇଥିଲା । ତେଣୁ ଏଭଳି ଅସୁବିଧାକୁ ସହ୍ୟ କରିନପାରି ନିଜ କମ୍ପୁଟର ସେଣ୍ଟରରେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ତେବେ ଅପରପକ୍ଷରେ ପୋଷ୍ଟମଟମ ରିପୋର୍ଟ ଆସିଲେ ଜଣାପଡ଼ିବ ମୃତ୍ୟୁର କାରଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।