congress

ଆଜି ଆସିପାରେ କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକା: ଘୋଷଣା ହେବ ୧୧ ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାଁ 

ଏଏନଏସ: ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା ନିର୍ବାଚନ କମିଟି ବୈଠକରେ ୧୧ ଟି ରାଜ୍ୟ ପାଇଁ ୮୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଅରୁଣାଚଳ ପ୍ରଦେଶ, ସିକ୍କିମ୍, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, କର୍ଣ୍ଣାଟକ, ପୁଡୁଚେରୀ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଚଣ୍ଡିଗଡ଼ର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା କରାଯାଇଛି । ଆଜି ଏହି ସବୁ ରାଜ୍ୟର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।