You are currently viewing ମନୀଷ୍ ସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା; ତିନିମାସ ପର୍ଯ୍ୟନ୍ତ ଜାମିନର ରାସ୍ତା ବନ୍ଦ

ମନୀଷ୍ ସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା; ତିନିମାସ ପର୍ଯ୍ୟନ୍ତ ଜାମିନର ରାସ୍ତା ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଲାଗିଛି ସୁପ୍ରିମ୍‌ ଝଟ୍‌କା। ଏନେଇ ଶୁଣାଣି କଲା ସୁପ୍ରିମ୍‌କୋର୍ଟ। ସିସୋଦିଆଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଜାମିନ ଆବେଦନ ଉପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି। 

ଏହି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଏଜେନ୍ସି ଆମର ଅଧିକାଂଶ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନାହିଁ। ଟଙ୍କା ଓ ଧନ ଲେଣଦେଣର ଲିଙ୍କ ସ୍ପଷ୍ଟ ହୋଇଛି। ଯଦି ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ମନ୍ଥର ରୁହେ, ତେବେ ସିସୋଦିଆ ପୁଣି ଜାମିନ ଆବେଦନ କରିପାରିବେ। ଏହାର ଅର୍ଥ, ଆସନ୍ତା ତିନିମାସ ପାଇଁ ଜାମିନର ରାସ୍ତା ବନ୍ଦ ରହିବ।

ସୂଚନା ଥାଉ କି, ଆଠ ମାସ ପୂର୍ବରୁ ୨୦୨୩ ଫେବୃଆରୀ ୨୬ରେ ମଦ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ସେହିପରି ସୁପ୍ରିମକୋର୍ଟ ଅକ୍ଟୋବର ୧୭ରେ ଶୁଣାଣି ଶେଷ କରି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।