congress

କଂଗ୍ରେସ ଟିକେଟ ଦୋୖଡରେ ଅନେକ ଆଶାୟୀ

ଏଏନଏସ: କଂଗ୍ରେସ ଟିକେଟ ଦୋୖଡରେ ଅନେକ ଆଶାୟୀ | ଦୀର୍ଘ 25 ବର୍ଷ ଧରି ରାଜ୍ୟରେ କଂଗ୍ରେସ ଦଳ କ୍ଷମତା ଅଳିନ୍ଦ ଠାରୁ ବହୁତ ଦୂରରେ ଥିବା ବେଳେ ଏବେ ଦଳର ଭବିଷ୍ୟତକୁ ନେଇ କିଛି ଆଶାର ସଂଚାର ହୋଇଛି | ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଓ ରାଜ୍ୟ କଂଗ୍ରେସ ଦଳରେ ଅନେକ ପୁରୁଖା ଓ ଅଭିଜ୍ଞ ନେତା ଯୋଗ ଦେବା ଫଳରେ ରାଜ୍ୟ କଂଗ୍ରେସ ପୁନଃଜନ୍ମ ପାଇବା ବୋଲି କର୍ମୀମାନଙ୍କ ମହଲରେ ଆଲୋଚନା ହେଉଥିବା ବେଳେ ଆଗାମୀ 2024 ନିର୍ବାଚନ ପାଇଁ ବିଧାନସଭା ଟିକେଟ ଦୋୖଡରେ 2500 ଦରଖାସ୍ତକାରୀ ଆବେଦନ କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି | କଂଗ୍ରେସ ଦଳରେ ପ୍ରାଥୀ ହେବା ପାଇଁ ଦଳ ତରଫରୁ ଅନଲାଇନ ଆବେଦନ କରିବା ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା | ଆବେଦନ କରିବାର ସମୟ ସୀମା ପୁରୀ ନଥିବା ବେଳେ ଆହୁରି ଅନେକ ଆଶାୟୀ ଆବେଦନ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆଶା କରୁଛନ୍ତି | ଦଳର ରାଜ୍ୟ ସଭାପତି ସାର୍ଟ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ଜନସାଧାରଣ କଂଗ୍ରେସ ପ୍ରତି ପୁନଃ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା ରଖିଛନ୍ତି | ତେବେ ଆବେଦନ ତାରିଖ ସରିବା ପରେ ଆବେଦନ କରିଥିବା ସମସ୍ତ ଆଶାୟୀଙ୍କ ଆବେଦନ ପତ୍ରକୁ ଅଖିଳ ଭାରତ କଂଗ୍ରେସ କମିଟିର ଚୂଡାନ୍ତ ନିଷ୍ପତି ପାଇଁ ପ୍ରେରଣ କରାଯିବ | ପାର୍ଥିପତ୍ର ଦାଖଲର ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦଳ ବିଧାନସଭା ଓ ଲୋକସଭା ଆସନ ପାଇଁ ପାର୍ଥି ଚୟନ ଚୂଡାନ୍ତ କରିବା ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | 

ଅନ୍ୟମାନଙ୍କୁ ଜଣାନ୍ତୁ।