ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚୋରଟି କହୁଛି ‘ମୋତେ ଛାଡ଼ନ୍ତୁ ନାହିଁ’। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ସାଧାରଣତଃ ଯେତେବେଳେ ଜଣେ ଚୋର ଧରାପଡେ, ସେ କହିଥାଏ ଯେ ମତେ ଛାଡି ଦିଅନ୍ତୁ। କିନ୍ତୁ ଏହି ଭାଇରାଲ ଭିଡିଓରେ ଚୋର ଧରା ପଡିବା ପରେ ଲୋକମାନଙ୍କୁ ଅପିଲ୍ କରିଥିଲା ଯେ, ପ୍ଲିଜ୍ ଦୟାକରି ମୋତେ ଛାଡ଼ନ୍ତୁ ନାହିଁ। ଭିଡିଓଟି ଏବେ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଟ୍ରେନ୍ ଝରକାରୁ ଝଟାପଟ୍ ଚୋରି କରୁଥିବା ଜଣେ ଚୋରକୁ ଲୋକମାନେ ଟ୍ରେନ୍ ଭିତରୁ ହିଁ କାବୁ କରି ନେଇଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ ଲୋକମାନେ କହୁଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନର ଝରକା ନିକଟକୁ ଆସିଥିଲା। ଚୋରି କରିବା ସମୟରେ ହଠାତ, ଟ୍ରେନ୍ ଗତି ବଢ଼ିଥିଲା ଚୋର ଅସହାୟତାକୁ ଦେଖି ଲୋକମାନେ ତାକୁ ଧରି ରଖିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକମାନଙ୍କୁ ଭୁଲ୍ କରିଛି ବୋଲି କହି ଦୟାକରି ତାକୁ ନଛାଡ଼ିବାକୁ କହିଥିଲା। ଏହି ସମୟରେ ଟ୍ରେନ୍ ଟି ଆଗ ଷ୍ଟେସନରେ ଅଟକି ଗଲା। ଯାତ୍ରା ସମୟରେ, ଏହି ଚୋର ଲୋକମାନଙ୍କୁ ନିବେଦନ କରେ ଯେ ମତେ ଛାଡନ୍ତୁ ନାହିଁ ନଚେତ୍ ମୁଁ ମରିଯିବି। ଚୋର ଉପରେ ଦୟା ଦେଖାଇ ଲୋକମାନେ ଟ୍ରେନ୍ ଭିତରୁ ଚୋରକୁ ଭିଡ଼ି କରି ଧରିଥିଲେ। ଏହି ସମୟରେ ଚୋରଟିର ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା। ଏହି ଘଟଣା ବିହାର ବେଗୁସରାୟର ବୋଲି କୁହାଯାଉଛି। ସାମସ୍ତିପୁର-କାଟିହାର ଯାତ୍ରୀବାହୀ ଟ୍ରେନରେ ଏହି ଘଟଣା ଘଟିଥିବାର କୁହାଯାଉଛି। ଯାତ୍ରୀମାନେ ଚୋରକୁ ପ୍ରାୟ ୧୫ କିଲୋମିଟର ଝୁଲାଇ ଖଗଡ଼ିଆ ପର୍ଯ୍ୟନ୍ତ ନେଇଥିଲେ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ