You are currently viewing କରନ୍ତୁ ଗୋଲାପ ଫୁଲର ଏହି ଉପାୟ ଦୂର ହେବ ଆର୍ଥିକ ସମସ୍ୟା

କରନ୍ତୁ ଗୋଲାପ ଫୁଲର ଏହି ଉପାୟ ଦୂର ହେବ ଆର୍ଥିକ ସମସ୍ୟା

ସମସ୍ତେ ଚାହାନ୍ତି ଘରେ ସୁଖ, ସମୃଦ୍ଧି ରହିଥାଉ । ପଇସା ରହିଥାଏ କିନ୍ତୁ ଆପଣ ସଞ୍ଚୟ କରିପାରନ୍ତି ନାହିଁ। କରଜ ଦିନକୁ ଦିନ ବଢିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳରେ କିଛି ଉପାୟ କରିବେ । ଏମିତି ଉପାୟ କରିବା ଦ୍ୱାରା ଧନ ଲାଭ ହେବା ଦ୍ୱାରା ସଫଳତା ମଧ୍ୟ ମିଳିଥାଏ। ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ମୁତାବକ, ନିଜ ପାଖରେ ସବୁବେଳେ ଏକ ଗୋଲାପ ଫୁଲ କିମ୍ବା ଅନ୍ୟ ସୁଗନ୍ଧିତ ଫୁଲ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଆଡ଼କୁ ଲୋକେ ଆକର୍ଷିତ ହେବେ। ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗୋଲାପ ଜଳରେ ଉପାୟ କରିବା ଜରୁରୀ।

୧୧ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନଙ୍କୁ ୧୧ଟି ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମଙ୍ଗଳବାର ଦିନ ନାଲି ଚନ୍ଦନ, ନାଲି ଗୋଲାପ ଏବଂ ରୋଲି ନେଇ ଏକ ନାଲି କପଡାରେ ବାନ୍ଧିଦିଅନ୍ତୁ। ଏହାକୁ ନେଇ ଘରର ପୂଜା ଘରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାପରେ ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ। ସପ୍ତାହେ ପର୍ଯ୍ୟନ୍ତ ଏହାକୁ ଘରର ଆଲମିରାରେ ରଖିଦିଅନ୍ତି। ଘରର ସମୃଦ୍ଧି ହେବ। ଗୋଲାପ ଫୁଲରେ କର୍ପୁର ଖଣ୍ଡ ରଖି ଏହାକୁ ସନ୍ଧ୍ୟା ସମୟରେ ଜଳାଇଦିଅନ୍ତୁ । ଏହି ଫୁଲ ଦେବୀ ମା’ଙ୍କୁ ଚଢାନ୍ତୁ। ଏମିତି କରିବା ଦ୍ୱାରା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ। ଶୁକ୍ରବାର ଦିନ ଏକ ଧଳା କପଡାରେ ଚାରିପାଖରେ ଗୋଲାପ ଫୁଲ ବାନ୍ଧି ଦିଅନ୍ତୁ। ଏହାକୁ ପାଣିରେ ଭସାଇ ଦିଅନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।