କରନ୍ତୁ ଶ୍ରୀଯନ୍ତ୍ରର ପୂଜା ପ୍ରାପ୍ତ ହେବ ମା’ ଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ସହ ମହାଲକ୍ଷ୍ମୀ ଯନ୍ତ୍ର ଏବଂ ଶ୍ରୀଯନ୍ତ୍ରକୁ ମଧ୍ୟ ପୂଜା କରାଯିବାର ବିଧି ରହିଛି। ଘରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଧନଲାଭ ପାଇଁ ଦୀପାବଳିରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ବିଧି ବିଧାନର ସହ ଶ୍ରୀଯନ୍ତ୍ରକୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏମିତିରେ ଆସନ୍ତୁ ଜାଣିବା, ଶ୍ରୀଯନ୍ତ୍ରକୁ କିପରି ଭାବେ ପୂଜା କରାଯିବ। ଦୀପାବଳିରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କୁ ବିଧି ବିଧାନର ସହ ପୂଜା କରିବା ଦ୍ୱାରା ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଦିନ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ସହ ଶ୍ରୀଯନ୍ତ୍ରକୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ।

ଧନତେରସ୍‌ ଦିନ ଅନ୍ୟାନ୍ୟ ଜିନିଷ ସହିତ ଶ୍ରୀଯନ୍ତ୍ର ମଧ୍ୟ କିଣନ୍ତୁ। ଶ୍ରୀଯନ୍ତ୍ର ସୁନା, ରୁପା, ତମ୍ବା, ପିତ୍ତଳ ଏବଂ ଷ୍ଟିଲରେ ତିଆରି ହୋଇଥିବା ଦରକାର। ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ଏହାକୁ କିଣି ପାରିବେ। ଏହାପରେ ଏହାକୁ ଦୀପାବଳି ପୂଜା ଦିନ ମନ୍ଦିର କିମ୍ବା ପୂଜା ସ୍ଥାନରେ ସ୍ଥାପନ କରନ୍ତୁ। ଏହାକୁ ସ୍ଥାପନ କରିବା ପୂର୍ବରୁ କିଛି ନିୟମ ନିଶ୍ଚୟ ମାନନ୍ତୁ। ପ୍ରଥମେ ସ୍ନାନ କରି ପ୍ରସ୍ତୁତ ହୁଅନ୍ତୁ। ଏହାପରେ ଶ୍ରୀଯନ୍ତ୍ର ରଖିଥିବା ସ୍ଥାନକୁ ଭଲ ଭାବରେ ସଫା କରନ୍ତୁ। ଏହାକୁ ଲାଲ୍‌ କପଡା ଉପରେ ସ୍ଥାପନ କରନ୍ତୁ। ପୁଣି ଏହା ଉପରେ ପଞ୍ଚାମୃତ ଓ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଶ୍ରୀଯନ୍ତ୍ର ଉପରେ ଲାଲ ଫୁଲ, ରୋଲି ଓ ଅକ୍ଷତ ଅର୍ପଣ କରାଯାଇଥାଏ ଏବଂ ମିଠା ଭୋଗ ଲଗାଯାଇଥାଏ। ଶ୍ରୀଯନ୍ତ୍ର ସ୍ଥାପନ କରିବା ସମୟରେ ଗୋଟିଏ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଏହାକୁ ମା’ ଲକ୍ଷ୍ମୀଙ୍କ ପ୍ରତିମା ସହିତ ସ୍ଥାପନ କରିବେ ନାହିଁ। ଏହାକୁ ଅଳ୍ପ ଦୂରରେ ସ୍ଥାପନ କରନ୍ତୁ। ଏହାପରେ ଲକ୍ଷ୍ମୀ ପୂଜନ କରନ୍ତୁ ଏବଂ ଶ୍ରୀଯନ୍ତ୍ରକୁ ପୂଜା କରନ୍ତୁ। ଏବେ ‘ଓମ୍ ଶ୍ରୀ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

Leave A Reply

Your email address will not be published.