You are currently viewing ଦୀପାବଳୀ ଦିନ ଏହି ଦିଗରେ ସ୍ଥାପନା କରନ୍ତୁ ମା’ ଲକ୍ଷ୍ମୀଙ୍କ ପ୍ରତିମା, ହେବ ଧନର ବର୍ଷା

ଦୀପାବଳୀ ଦିନ ଏହି ଦିଗରେ ସ୍ଥାପନା କରନ୍ତୁ ମା’ ଲକ୍ଷ୍ମୀଙ୍କ ପ୍ରତିମା, ହେବ ଧନର ବର୍ଷା

ଆଲୋକର ପର୍ବ ଦୀପାବଳୀକୁ ହିନ୍ଦୁ ଧର୍ମରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ l ବିଶେଷ ଭାବରେ ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏl ଉଲେଖ୍ୟ ଅଛି କି ଏହିଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏl ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କୁ ସର୍ବଦା ସଠିକ ଦିଗରେ ସ୍ଥାପନା କରିବା ଜରୁରୀ l ଏହାଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ ଏବଂ ମା’ଙ୍କ କୃପା ପରିବାର ଉପରେ ସର୍ବଦା ରହିଥାଏ l

ତେଣୁ ଏପରି ସ୍ଥିତିରେ ମା’ଙ୍କ କୃପା ଲାଭ କରିବା ପାଇଁ ମାଙ୍କୁ ସଠିକ ଦିଗରେ ସ୍ଥାପନା କରିବା ଜରୁରୀ l ତେବେ ଆସନ୍ତୁ ଜାଣିବା ଦୀପାବଳି ଦିନ ମା’ଙ୍କୁ କେଉଁ ଦିଗରେ ସ୍ଥାପନ କରିବା …..

ମା ଲକ୍ଷ୍ମୀଙ୍କୁ ଯେବେବି ସ୍ଥାପନା କରିବେ ଘରର ଐଶାନ୍ୟ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ସ୍ଥାପନା କରନ୍ତୁ l ତେଣୁ ଦୀପାବଳୀ ଦିନ ଏହି ଦିଗରେ ମାତା ଲକ୍ଷ୍ମୀଙ୍କୁ ସ୍ଥାପନା କରିବା ଖୁବ ଶୁଭ ହୋଇଥାଏ l

କଦାପି ମାତା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ଦକ୍ଷିଣ ଦିଗରେ ସ୍ଥାପନା କରିବେ ନାହିଁ l ଏହାଦ୍ୱାରା ଦରିଦ୍ରତା ବାସ କରିଥାଏl ଏହାଛଡା ମା’ଙ୍କର ନାଲି ବସ୍ତ୍ର ପିନ୍ଧା ଫଟୋ ସ୍ଥାପନା କରିବା ଜରୁରୀ ଅଟେ l

ସେହିପରି ଯେବେବି ଘରକୁ ମା’ଙ୍କର ଫଟୋ ଆଣି ସ୍ଥାପନା କରୁଛନ୍ତି ସେତେବେଳେ ମା’ଙ୍କ ହସୁଥିବା ଫଟୋ ସ୍ଥାପନା କରନ୍ତୁ l ଏହାଦ୍ୱାରା ଘରକୁ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

କଦାପି ଘରେ ମା’ଙ୍କର ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ l ମାନ୍ୟତା ଅନୁସାରେ ଏହାଦ୍ୱାରା ଧନ ହାନି ହୋଇଥାଏ l ଏହାଛଡା ଲକ୍ଷ୍ମୀଙ୍କ ନିକଟରେ ଯେଉଁ ହାତୀ ଥିବେ ସେମାନେ ମା’ଙ୍କ ଆଡକୁ ମୁଖ କରି ରହିବା ଆବଶ୍ୟକ l

ଅନ୍ୟମାନଙ୍କୁ ଜଣାନ୍ତୁ।