You are currently viewing ଆଜି ହେଉଛି ମିଶାଇଲ ମ୍ୟାନଙ୍କ ଜନ୍ମ ଦିନ

ଆଜି ହେଉଛି ମିଶାଇଲ ମ୍ୟାନଙ୍କ ଜନ୍ମ ଦିନ

ନୂଆଦିଲ୍ଲୀ (୧୫.୧୦.୨୨) : ଆଜି ଭାରତର ଏକାଦଶ ରାଷ୍ଟ୍ରପତି ତଥା ମହାନ ବୌଜ୍ଞାନୀକ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକ । ପ୍ରତି ବର୍ଷ ୧୫ ଅକ୍ଟେବରରେ ଡା. ଅବଦୁଲ କଲାମଙ୍କ ଜନ୍ମ ଦିନ ଛାତ୍ରଦିବସ ଭାବରେ ପାଳନ କରାଯାଏ । ଛାତ୍ର ତଥା ଶିକ୍ଷା ପ୍ରତି ଡକ୍ଟର କଲାମଙ୍କ ଉଦ୍ୟମ ହେତୁ ଆମେ ସେହି ଦିବସକୁ ବିଶ୍ୱ ସମ୍ନାନ ଦିବସ ଭାବରେ ପାଳନ କରୁଛୁ । କଲାମ ସାହେବ ମିସାଇଲ ମ୍ୟାନ ଭାବରେ ସାରା ବିଶ୍ୱରେ ବିଖ୍ୟାତ ।

ରମେଶ୍ୱରମରେ ଜନ୍ମ ହୋଇଥିବା କଲାମ ପିଲାବେଳେ ପାଇଲଟ ହେବାକୁ ଚାହୁଁଥିଲେ । କିନ୍ତୁ ପାରିବାରିକ ସ୍ଥିତି କାରଣରୁ ଏହା ସମ୍ଭବ ହୋଇ ନଥିଲା । ନିରାଶ ହେବା ପରେ କଲାମ ସ୍ୱାମୀ ସିଭାନନ୍ଦଙ୍କୁ ଭେଟିଲେ । ତାଙ୍କର ଶିକ୍ଷା ଏବଂ ମାର୍ଗଦର୍ଶପ ପରେ କଲାମ ସାହେବ ବୈଜ୍ଞାନୀକ ହେବାକୁ ଇଚ୍ଛା କରିଥିଲେ ।

ଏହା ପରେ କଲାମ ଏପରି ବୈଜ୍ଞାନୀକ ହୋଇଥିଲେ ଯାହା ଫଳରେ ସେ ସାରା ଦେଶରୁ ପୁରସ୍କାର ପାଇଥିଲେ । କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଭାରତର ଅଗ୍ରଣୀ ଦେଶମାନଙ୍କରେ ଯୋଗ ଦେବାରେ ସେ ପ୍ରମୁଖ ଯୋଗଦାଦ ଦେଇଥିଲେ । କୋଟି କୋଟି ଯୁବକ ପାଇଁ ମିଶାଇଲ ମ୍ୟାନ ଉଦାହରଣ ପାଲଟିଥିଲେ । ତାଙ୍କର ଚିନ୍ତା ଧାରା ପ୍ରତ୍ୟେକ ଛାତ୍ର ଯୁବକ ଏବଂ ଭବିଷ୍ୟତ କିଶୋର ପାଇଁ ଏକ ପ୍ରେରଣା ।

ଅନ୍ୟମାନଙ୍କୁ ଜଣାନ୍ତୁ।