ସିଡ୍ନୀ, ଭାରତ ଅଷ୍ଟ୍ରେଲିଆ ୩ ଟେଷ୍ଟ ମ୍ୟାଚରେ ଆହତ ହୋଇଛନ୍ତି ରବୀନ୍ଦ୍ର ଜାଡେଜା ଏବଂ ରିଷଭ ପନ୍ଥ । ବ୍ୟାଟିଂ କରିବା ବେଳେ ପ୍ରଥମେ ପନ୍ଥଙ୍କ କହୁଣୀରେ ବଲ ମାଡ଼ ହୋଇଥିଲା ଏବଂ ସେହିପରି ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲା। ତେବେ ଭୟଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି । ଏନେଇ ସମସ୍ୟାରେ ଟିମ ଇଣ୍ଡିଆ । ଟିମର ଗୋଟିକ ପରେ ଗୋଟିଏ ପ୍ଲେୟାର ଆହତ ହେବାରେ ଲାଗିଛନ୍ତି । ତେବେ ଅଷ୍ଟ୍ରେଲିଆ ଟିମ୍ ୧୯୭ ରନର ଅଗ୍ରଣୀ ହାସଲ କରିଛି। ଏଭଳି ସ୍ଥିତିରେ ଦଳର ଦୁଇ ପ୍ରମୁଖ ସଦସ୍ୟ ଆହତ ହେବା, ଭାରତ ଟିମର ଚିନ୍ତା ବଢ଼ାଇଛି।

ଖେଳାଳୀ ଆହତ; ଚିନ୍ତାରେ ଟିମ ଇଣ୍ଡିଆ
- Post published:January 9, 2021
- Post category:କ୍ରୀଡା
- Reading time:1 mins read