You are currently viewing ଶୃଙ୍ଖଳାରୁ ବାହାର ହେଲେ ମୋର୍ଗାନ,ଦ୍ୱିତୀୟ ଦିନିକିଆରେ ଟସ ଜିତିଲା ଇଂଲଣ୍ଡ

ଶୃଙ୍ଖଳାରୁ ବାହାର ହେଲେ ମୋର୍ଗାନ,ଦ୍ୱିତୀୟ ଦିନିକିଆରେ ଟସ ଜିତିଲା ଇଂଲଣ୍ଡ

ନୂଆଦିଲ୍ଲୀ, ଇଂଲଣ୍ଡ ଟିମକୁ ଲାଗିଛି ବଡ ଝଟକା । ଭାରତ ବିପକ୍ଷ ଆଉ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି ଇଂଲଣ୍ଡ ଟିମ ଅଧିନାୟକ ଇଅନ ମୋର୍ଗାନ । ଆହତ ହେବା କାରଣରୁ ମୋର୍ଗାନ ଅନ୍ୟ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି । ମଙ୍ଗଳବାର ଫିଲ୍ଡିଂ କରୁଥିବା ସମୟରେ ମୋର୍ଗାନଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା । ତେବେ ତାଙ୍କ ସ୍ଥାନରେ ଜସ ବଟଲର୍ ଇଂଲଣ୍ଡ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ ।
ସେହିପରି ଭାରତୀୟ ଦଳର ଦୁଇ ଖେଳାଳୀ ଶ୍ରେୟସ ଆୟର ଏବଂ ରୋହିତ ଶର୍ମା ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ । ତେବେ ଶ୍ରେୟସଙ୍କ କାନ୍ଧରେ ଆଘାତ ଲାଗିବା ଯୋଗୁ ସେ ବାକିଥିବା ଆଉ ଦୁଇଟି ଦିନିକିଆ ମ୍ୟାଚରୁ ବାଦ ପଡିଛନ୍ତି । ଶ୍ରେୟସଙ୍କ ସ୍ଥାନରେ ରିଷବ ପନ୍ତ ମ୍ୟାଚରେ ଖେଳିବେ ବୋଲି ସୂଚନା ରହିଛି । ତେବେ ରୋହିତଙ୍କୁ ସାମାନ୍ୟ ଆଘାତ ଲାଗିଥିବା କାରଣରୁ ସେ ବାକି ଦୁଇଟି ମ୍ୟାଚ ଖେଳିବେ ।

ତେବେ ଇଂଲଣ୍ଡ ଓ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ ହୋଇଯାଇଛି । ଇଂଲଣ୍ଡ ଟସ ଜିତି ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।