You are currently viewing ଆଜି ଦିଲ୍ଲୀ ମୁମ୍ବାଇ ଫାଇନାଲ ମ୍ୟାଚ

ଆଜି ଦିଲ୍ଲୀ ମୁମ୍ବାଇ ଫାଇନାଲ ମ୍ୟାଚ

ଦୀର୍ଘଦିନର ଆଇପିଏଲ ୧୩ର ଟାଇଟଲକୁ ନେଇ ଲଢ଼େଇ ପରେ ଏବେ ଆଇପିଏଲ ୨୦୨୦ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଆଇପିଏଲ ୨୦୨୦ର ଫାଇନାଲ ମ୍ୟାଚ ମୁମ୍ବାଇ ଇଣ୍ଡିଆନସ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଖେଳାଯିବ । ମୁମ୍ବାଇ ତା’ର ପଞ୍ଚମ ଟାଇଟଲ ଲକ୍ଷ୍ୟରେ ରହିଥିବା ବେଳେ ଦିଲ୍ଳୀ ପ୍ରଥମ ଟାଇଟଲ ଜିତିବା ଆଶାରେ ରହିଛି । ଆଇପିଏଲର ସବୁଠାରୁ ସଫଳ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ନଜର ପଞ୍ଚମ ଟାଇଟଲ୍ ଉପରେ ରହିଛି। । ଚଳିତ ସଂସ୍କରଣରେ ମୁମ୍ବାଇ ୧୫ଟି ମ୍ୟାଚରୁ ୧୦ଟି ବିଜୟ ଲାଭ କରିଥିବା ବେଳେ ଦିଲ୍ଲୀ ୧୬ଟି ରୁ ୯ଟି ମୁକାବିଲା ଜିତିଛି।
ଆଜିର ମ୍ୟାଚରେ ଖେଳିବାକୁ ଯାଉଥିବା ଖେଳାଳୀ ମାନେ ହେଲେ :
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, ସୂର‌୍ୟ୍ୟକୁମାର ଯାଦବ, ଇଶାନ୍ କିଷନ୍, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ନେଥନ୍ କୁଲ୍ଟର-ନାଇଲ୍, ରାହୁଲ୍ ଚହର୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ମାର୍କସ୍ ଷ୍ଟୋଇନିସ୍, ଶ୍ରେୟସ୍ ଆୟର୍ (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଶିମରନ୍ ହେଟମେୟର୍, ଋଷଭ ପନ୍ଥ, ଅକ୍ଷର ପଟେଲ୍, ଆର୍ ଅଶ୍ୱିନ୍, ପ୍ରବୀଣ ଦୁବେ, କାଗିସୋ ରବାଡା, ଏନରିଚ୍ ନୋର୍ଟଜେ ।

ଅନ୍ୟମାନଙ୍କୁ ଜଣାନ୍ତୁ।