ଭୁବନେଶ୍ୱର(ଏଏନଏସ)୨୮/୦୧, ସରିଛି ହକି ବିଶ୍ୱକପ୍ର ସେମିଫାଇନାଲ । ଏଥର ଫାଇନାଲରେ ମୁହାଁମୁହିଁ ହେବେ ଜର୍ମାନୀ ଓ ବେଲଜିୟମ୍ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲକୁ ଯାଇଥିବାବେଳେ, ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବେଲଜିୟମ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । କିନ୍ତୁ ଶେଷ ୨ମିନିଟରେ ଓଲଟାପାଲଟା କରି ଅଷ୍ଟ୍ରେଲିଆକୁ ୪-୨ ଗୋଲରେ ପରାସ୍ତ କରିଥିଲା ଜର୍ମାନୀ । ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳର ଖେଳାଳି ଲଢ଼ିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟର ଉଭୟ ଦଳ ୨-୨ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ପେନାଲ୍ଟି ସୁଟଆଉଟରେ ୩-୨ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରି ବିଜୟୀ ହୋଇଛି ବେଲଜିୟମ । ଅର୍ଥାତ ଆସନ୍ତା ୨୯ତାରିଖରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ ଫାଇନାଲ ଲଢ଼େଇ ହେବ । ଯିଏ ଜିତିବ ହେବ ସେ ବିଶ୍ୱକପ୍ ବିଜୟୀ ହେବ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ