You are currently viewing ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ନୂଆଦିଲ୍ଲୀ (୧୭.୩.୨୩) : ଟେଷ୍ଟ ସିରିଜ ପରେ ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ ବିଶିଷ୍ଟ ଏହି ସରିଜ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରିବ । କାରଣ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହା ପୂର୍ବରୁ ଏହି ଦୁଇ ଦଳର ଏହା ହେଉଛି ଶେଷ ଦିନିକିଆ ସିରିଜ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁୁ ଥିବା ପ୍ରଥମ ମ୍ୟାଚରେ ଭାରତ କେଉଁ ବ୍ୟାଟରଙ୍କୁ ଖେଳାଇବ, ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଫର୍ମରେ ନଥିବା କେ.ଏଲ ରାହୁଲଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ରାହୁଲଙ୍କୁ ଶେଷ ଥର ପାଇଁ ଏହି ସିରିଜରେ ସୁଯୋଗ ଦେବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଫର୍ମରେ ନଥିଲେ ମଧ୍ୟ କୌଣସି ୱିକେଟ୍ କିପର ନଥିବାରୁ ରାହୁଲଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଉଛି । ରିଷବ ପନ୍ତ ଆହତ ହୋଇଥିବାରୁ ରାହୁଲଙ୍କ ତୁଳନାରେ ଭଲ ୱିକେଟ କିପର କେହି ନାହାଁନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।