କଟକ, କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏମଜିଏମ ଟିଟ୍ୱେଣ୍ଟି ଲିଗରେ ଓଡିଶା ପାନ୍ଥର୍ସ ଚାମ୍ପିୟନ ହୋଇଛି । ଫାଇନାଲରେ ପାନ୍ଥର୍ସ ୬ ୱିକେଟରେ ଓଡିଶା ଲାୟନ୍ସକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟି˚ କରିଥିବା ଲାୟନ୍ସ ୯ ୱିକେଟ ବିନିମୟରେ ୧୧୩ ରନ୍ କରିଥିଲା । ମ୍ୟାଚ ଆରମ୍ଭରୁ ଦଳ ୩୬ ରନ୍ ମଧ୍ୟରେ ୪ ୱିକେଟ୍ ହରାଇଥିଲା । କିନ୍ତୁ ପରେ ଶେଷ ଓଭରରେ ପାନ୍ଥର୍ସ ୧୧୪ ରନର ଲକ୍ଷ୍ୟକୁ ପିଛା କରି ଜିତିପାରିଛି । ଉଦ୍ୟାପନୀ ଉତ୍ସବରେ ଆନ୍ତର୍ଜାତିକ କ୍ରିକେଟର୍ ପ୍ରଜ୍ଞାନ ଓଝା ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲରେ ଶ୍ରେଷ୍ଠ ଖେଳାଳି ଭାବେ ଶୁଭମ୍ ନାୟକଙ୍କୁ ଟ୍ରଫି ସହ ୫ ହଜାର ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଆଲୋକ ସାହୁଙ୍କୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ବିଜେତା ପାନ୍ଥର୍ସକୁ ଟ୍ରଫି ସହ ପ୍ରତ୍ୟେକ ଖେଳାଳିଙ୍କୁ ୨ ହଜାର ଟଙ୍କା ଲେଖାଏଁ ଗିଫ୍ଟ ଭାଉଚର ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳର ଖେଳାଳିଙ୍କୁ ୧ ହଜାର ଟଙ୍କା ଲେଖାଏଁର ଗିଫ୍ଟ ଭାଉଚର ପ୍ରଦାନ କରାଯାଇଥିଲା।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ