You are currently viewing ନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?

ନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?

  • Post category:କ୍ରୀଡା
  • Reading time:1 mins read

ପୁଣେ: ଦିନିକିଆ ଆଇସିସି ବିଶ୍ୱକପରେ ଆଜି ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁଣେ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ପରସ୍ପରକୁ ସାମ୍ନା କରିବେ। ୭ଟି ମ୍ୟାଚ ମଧ୍ୟରୁ ୬ଟି ହାରିଯିବା ପରେ ଇଂଲଣ୍ଡ ଦଳ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ପଞ୍ଜିକରଣ କରି କିଛି ସକାରାତ୍ମକ ନେଇ ଘରକୁ ଫେରିବାକୁ ଚାହିଁବ।

ତେବେ ବିଶ୍ୱକପ୍‌ର ସେମିଫାଇନାଲ ପାଇଁ ଉଭୟ ଦଳ ପୂର୍ବରୁ ବାଦ୍ ପଡିଛନ୍ତି। କିନ୍ତୁ ଇଂଲଣ୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ ଏଯାଏଁ କରିପାରିନି। ତେଣୁ ଆଜିର ମ୍ୟାଚରେ ବିଜୟ ପଞ୍ଜିକରଣ କରିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ

ଜନି ବେୟାରଷ୍ଟୋ, ଡେଭିଡ ମାଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର, ମୋଇନ ଅଲି, ଲିଆମ ଲିଭିଙ୍ଗଷ୍ଟନ୍, କ୍ରିସ୍ ୱୁକସ୍, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ୍

ନେଦରଲ୍ୟାଣ୍ଡ ସମ୍ଭାବ୍ୟ ଏକାଦଶ

ୱେସଲି ବାରେସି, ମ୍ୟାକ୍ସ ଓ’ଡାଉଡ୍, କଲିନ୍ ଆକ୍କର୍ମନ୍, ସାଇବ୍ରାଣ୍ଡ୍ ଇଙ୍ଗଲେବ୍ରେଚ୍, ସ୍କଟ୍ ଏଡୱାର୍ଡସ୍, ବେସ୍ ଡି ଲାଇ, ସାକିବ୍ ଜୁଲଫିକର, ଲୋଗାନ୍ ଭାନ୍ ବିକ୍, ରୋଲଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମିକ୍ରାମ

 

ଅନ୍ୟମାନଙ୍କୁ ଜଣାନ୍ତୁ।