You are currently viewing ଓ.ସି.ଏ ଚୌକି ଉପରେ ବବିଙ୍କ ନଜର

ଓ.ସି.ଏ ଚୌକି ଉପରେ ବବିଙ୍କ ନଜର

  • Post category:କ୍ରୀଡା
  • Reading time:1 mins read

କଟକ (୧୨.୧୦.୨୨) : ଆସନ୍ତା ୨୮ତାରିଖରେ ହେବ ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ ।

ରାଜ୍ୟର ସବୁଠୁ ଧନୀ କ୍ରୀଡ଼ା ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଓସିଏ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୧ ତାରିଖ ମନୋନୟନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

 ୨୨ ତାରିଖରେ ମନୋନୟନପତ୍ରର ଯାଞ୍ଚ ଏବଂ ୨୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ। ତା’ ସହ ଜଣେ ଆପେକ୍ସ କାଉନସିଲ ମେମ୍ବରଙ୍କ ପାଇଁ ମଧ୍ୟ ନିର୍ବାଚନ ହେବ।

ଚଳିତ ଥର ଏହି ନିର୍ବାଚନରେ ମୋଟ ୭୦ଟି କ୍ରୀଡ଼ା ସଂଗଠନ ଓ ୩ ଜଣ ଅନ୍ତର୍ଜାତୀୟ କ୍ରିକେଟର ମତଦାନ କରିବେ। ଓସିଏର କର୍ମକର୍ତ୍ତା ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଏହାକୁ ନେଇ ତତ୍ପରତା ଆରମ୍ଭ ହୋଇଛି।

ତେବେ ସବୁଠାରୁ ରୋଚକ ବିଷୟ ହେଉଛି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ତଥା ବବି ଦାସ ଚଳିତ ଥର ଯାଜପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି।  

ଅନ୍ୟମାନଙ୍କୁ ଜଣାନ୍ତୁ।