କୋଲକାତା ନାଇଟ ରାଇଡରକୁ ୮୨ରନରେ ହରାଇଲା ଆରସିବି

ଆଇପିଏଲ ୨୦୨୦ର ୨୮ ତମ ମ୍ୟାଚରେ ବ୍ୟାଙ୍ଗଲୋର ୮୨ରନରେ କୋଲକାତାକୁ ହରାଇ ବିଜୟ ହାସଲ କରିଛି । ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୪ ରନ କରିଥିବା ବେଳେ କୋଲକାତା ନାଇଡ ରାଇଡର ୨୦ଓଭରରେ ମାତ୍ର ୧୧୨ ରନ କରି ପରାସ୍ତ ବରଣ କରିଛି । ମ୍ୟାଚରେ ବ୍ୟାଙ୍ଗଲୋର ଖେଳାଳୀଙ୍କ ମଧ୍ୟରୁ ସର୍ବାଧିକ ଏ ବି ଡେଭିଲିଆରସ ୭୩(୩୩), ଆରୋନ ଫିଞ୍ଚ ୪୭(୩୭) ଏବଂ କୋଲକାତା ଖେଳାଳୀଙ୍କ ମଧ୍ୟରୁ ଶୁଭମ ଗିଲ ସର୍ବାଧିକ ୩୪(୨୫) ରନ କରିଥିଲେ । ଏହି ମ୍ୟାଚର ଶେଷ ସୁଦ୍ଧା ଆରସିବି ତୃତୀୟ ସ୍ଥାନରେ ଥିବାବେଳେ କେକେଆର ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.