ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ଅସୁସ୍ଥତା କାରଣରୁ ୫ ଦିନଧରି ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତେବେ ଗତ ସପ୍ତାହରେ ହୃଦଘାତ କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ସୌରଭଙ୍କୁ ଡିସଚାର୍ଜ କରାଯିବାର ଥିଲା କିନ୍ତୁୂ ସେ ନିଜ ଇଚ୍ଛାରେ ହସ୍ପିଟାଲରେ ଆଉ ଏକ ଦିନ ରହିଥିଲେ ।
ଡିସଚାର୍ଜ ହେବା ପରେ ଗାଙ୍ଗୁଲି ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.