You are currently viewing ରାଜ୍ୟରୁ ୧୭୮ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରୁ ୧୭୮ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୪, ବାଲେଶ୍ୱର ୭ ,ବରଗଡ଼ ୧୦ ,ଭଦ୍ରକ ୪ , ବଲାଙ୍ଗୀର ୫ , କଟକ ୪ , ଦେଓଗଡ ୨ , ଗଜପତି ୩ , ଗଞ୍ଜାମ ୩ , ଯାଜପୁର ୭ , ଝାରସୁଗୁଡା ୨୩ , କଳାହାଣ୍ଡି ୧ , ଖୋର୍ଦ୍ଧା ୫ , କୋରାପୁଟ ୩ ,ମାଲକାନଗିରି ୧ , ମୟୁରଭଞ୍ଜ ୨ , ନୂଆପଡା ୧୬ , ପୁରୀ ୧୯ , ରାୟଗଡା ୨ , ସମ୍ବଲପୁର ୨୪ , ସୋନପୁର ୨ , ସୁନ୍ଦରଗଡ ୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୩୧୨୭, ସୁସ୍ଥ ସଂଖ୍ୟା ୩୨୯୦୮୮ , ସମୁଦାୟ ସକ୍ରିୟ ସଂଖ୍ୟା ୨୦୮୭ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୫୬ ।

ଅନ୍ୟମାନଙ୍କୁ ଜଣାନ୍ତୁ।