You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୦୫ କରୋନା ପଜିଟିଭ ଚିହ୍ନଟ ।
୨. ତୈଳ ଦର ବୃଦ୍ଧି ପ୍ରତିବାଦରେ ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ ।
୩. ଧାବିକା ଦୂତୀ ଚାନ୍ଦ ବିବିସି ଇଣ୍ଡିଆନ ସ୍ପୋର୍ଟସ ମହିଳା ପାଇଁ ମନୋନୀତ ହୋଇଛନ୍ତି । ଏନେଇ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୪. ବଅଁରପାଳ ଥାନା ସଂଜପଡା ଆମନା ଗାଁରେ ପୋଲିସକୁ ମାଡ ଓ ଗାଡି ଭଙ୍ଗାରୁଜା ଘଟଣାରେ ୧୦ ଅଭିଯୁକ୍ତ ଗିରଫ ।
୫. କଳାହାଣ୍ଡି କୋକସରା ବ୍ଲକ ଶିଉନି ଗାଁ ନିକଟ ପାଳଗଦାରୁ ଉଦ୍ଧାର ହୋଇଛି ଶିଶୁକନ୍ୟା । ଶିଶୁକନ୍ୟାକୁ ଉଦ୍ଧାର କରି କୋକସରା ମେଡିକାଲରେ ଭର୍ତ୍ତି କରିଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ ।
୬. ନବରଙ୍ଗପୁରରେ ବିଚାରାଧୀନ କଏଦୀ ମୃତ । ଅସୁସ୍ଥ ଅନୁଭବ କରିବାରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
୭. ଧାନ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆମ୍ବାଭନା ବ୍ଲକ ଅଫିସରେ ତାଲା ପକାଇଲେ ଚାଷୀ ।
୮. ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ମାନ୍ୟତା ଦାବିରେ ସାମାଜିକ ସଂଗଠନ ପକ୍ଷରୁ ୧୦୦ ଘଣ୍ଟିଆ ଆମରଣ ଅନଶନ ।
୯. ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ । ୩ଜଣଙ୍କ ଗୁହାଳରୁ ୩ଟି ବାଛୁରୀ ଖାଇଥିବା ଅଭିଯୋଗ ।
୧୦. ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଯାଜପୁର ପୋଲିସ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା, ସୁନାଗହଣା, ମୋବାଇଲ ଫୋନ, ଲ୍ୟାପଟପ , ଟିଭି,କ୍ୟାମେରା ଇତ୍ୟାଜି ଜବତ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।