You are currently viewing ବିଧାନସଭାରେ ବିଧାୟକଙ୍କ ଆତ୍ମାହତ୍ୟା ଉଦ୍ୟମ!

ବିଧାନସଭାରେ ବିଧାୟକଙ୍କ ଆତ୍ମାହତ୍ୟା ଉଦ୍ୟମ!

ଭୁବନେଶ୍ୱର, ମଣ୍ଡି ସମସ୍ୟା ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଆଜି ଦିନ ସାରା ବିଧାନସଭା ଗୃହରେ ମଣ୍ଡି ସମସ୍ୟା ନେଇ ହୋ-ହାଲ୍ଲା ଲାଗି ରହିଥିବା ବେଳେ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଶେଷରେ ବାଚସ୍ପତି ଆଜି ଗୃହରେ ମନ୍ତ୍ରୀ ଏସମ୍ପର୍କରେ ବକ୍ତବ୍ୟ ରଖିବା ନେଇ ରୁଲିଂ ଦେଇଥିଲେ । ତେବେ ଆଜି ଗୃହରେ ଏକ ଦୁର୍ଘଟଣା ଘଟିବାକୁ ଯାଉଥିଲା । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ସରକାର ଚାଷୀଙ୍କ ମଣ୍ଡି ସମସ୍ୟା ଉପରେ କର୍ଣ୍ଣପାତ କରୁନାହାନ୍ତି । ତେବେ ତାଙ୍କର ଏହି ଉଦ୍ୟମକୁ କିଛି ସଦସ୍ୟ କରିବାକୁ ଦେଇନଥିଲେ । ଯଦ୍ୱାରା କି ଗୃହ ମଧ୍ୟରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।