You are currently viewing ଅର୍ଥାଭାବରୁ ମିଳୁନି ଚିକିତ୍ସା

ଅର୍ଥାଭାବରୁ ମିଳୁନି ଚିକିତ୍ସା

ରଣପୁର, ରକ୍ତକର୍କଟ ରୋଗରେ ପୀଡିତ ଝିଅ, ଅର୍ଥ ସାଜିଛି ବାଧକ, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ସରକାରୀ ସହାୟତାକୁ ଆଶାକରି ବିତୁଛି ଜୀବନ । ଏଭଳି ଏକ ସଂଘର୍ଷମୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଭେଟବର ଗ୍ରାମରେ । ଏହି ଗାଁର କାର୍ତିକ ବେହେରାଙ୍କ ୨୦ବର୍ଷୀୟା ଝିଅ ସୁମିତ୍ରା ବେହେରା ଆଖିରେ ଆଖିଏ ଅସୁମାରୀ ସ୍ବପ୍ନନେଇ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଥିଲେ । ନିଜକୁ ଗୋଟେ ଭଲ ମଣିଷଟିଏ କରି ଗଢିତୋଳିବା ସହ ବଡ଼ ହୋଇ ଚାକିରୀ କରି ପରିବାରର ବୋଝ ସମ୍ଭାଳିବା ପାଇଁ ଅଶା ରଖିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ ଦାଉ ସାଜିଲା ରୋଗ ।

ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଦୀର୍ଘ ଦିନ ହେବ ଘରେ ପଡିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପରିବାର କହିଲେ ବାପା, ମା ଏବଂ ରୋଗୀଣା ଭାଇ । ବାପା କାର୍ତ୍ତିକ ବେହେରା ଜଣେ ଦିନ ମଜୁରିଆ । ଦିନ ମଜୁରୀ କରି ଯାହା ଟଙ୍କା ଆଣନ୍ତି ସେଥିରେ ପରିବାର ପ୍ରତିପୋଷଣ ହୁଏ । ପରିବାରର ଆର୍ଥିକ ସମ୍ବଳ କହିଲେ କିଛି ନାହିଁ । ଏଭଳି ପରିସ୍ଥିତି ରେ କିପରି ଝିଅ ସୁମିତ୍ରାକୁ ଚିକିତ୍ସା କରିବେ ତାଙ୍କୁ ନେଇ ପରିବାର ଚିନ୍ତାରେ ଥିବାବେଳେ ସୁମିତ୍ରାଙ୍କ ବାପା ଓ ମା,ସରକାର ଏବଂ ବଦାନ୍ୟ ବ୍ୟକ୍ତି ମାନେ ସାହାଯ୍ୟର ହାତ ବଢାଇବା ପାଇଁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।
ଯଦି କୌଣସି ସହ ହୃଦୟ ବ୍ୟକ୍ତି ସୁମିତ୍ରା କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା ଠିକଣା ରେ ଯୋଗାଯୋଗ କରନ୍ତୁ ।

Name -ନଳିନୀ ବେହେରା
Bank -uco bank
A/C-04360110227992
Ifsc-UCB0000436

Contact number =8658860162

ଅନ୍ୟମାନଙ୍କୁ ଜଣାନ୍ତୁ।