You are currently viewing ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ

ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ

ଭୁବନେଶ୍ୱର-୧୩.୦୭.୨୦୨୧, ଚଳିତ ବର୍ଷ ମାଟ୍ରିକ ପାସହାର ବୃଦ୍ଧି ପାଇବା ପରେ ଯୁକ୍ତଦୁଇ ସିଟ୍ ସଂଖ୍ୟା ବଢିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଜୁନିଅର କଲେଜ ଗୁଡ଼ିକରେ ଯୁକ୍ତ ଦୁଇ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।ଯେଉଁ କଲେଜ ଗୁଡ଼ିକ ଚାହିଁବେ ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି। ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।