You are currently viewing ରାଜ୍ୟରେ ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୧୬/୦୮: ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ । ଉତ୍ତର- ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି,କୋରାପୁଟ,କେନ୍ଦୁଝର,ନବରଙ୍ଗପୁର,ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା । ଏହାର ପ୍ରଭାବ ତିନି ଦିନ ଧରି ପ୍ରବଳ ବର୍ଷା ହେବ । ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡାଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ବ୍ୟତୀତ ଓଡିଶା ଉପକୂଳ ଜିଲ୍ଲା ତଥା କନ୍ଧମାଳ,ଢେଙ୍କାନାଳ,ମୟୂରଭଞ୍ଜ,କେନ୍ଦୁଝର,ଅନୁଗୁଳ,ନୂଆପଡା,ବଲାଙ୍ଗୀର ଓ କଳାହାଣ୍ଡି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।