You are currently viewing ଫୁଲବାଣୀ ସହରରେ ଭାରତ ବନ୍ଦ ପାଳନ

ଫୁଲବାଣୀ ସହରରେ ଭାରତ ବନ୍ଦ ପାଳନ

ଫୁଲବାଣୀ-୨୭.୦୯.୨୦୨୧, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହର ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ ବନ୍ଦ ରହିଛି, । କେନ୍ଦ୍ରସରକାର କୃଷକ ମାନଙ୍କ ବିରୁଦ୍ଧରେ ତିନୋଟି କଳା କୃଷି ଆଇନ ଆଣିବା ଯାହାକି କୃଷ ମାନଙ୍କ ପାଇଁ କୌଣସି ହିତକର ନୁହେଁ,ପୁଞ୍ଜିପତି ମାନଙ୍କ ଦଲାଲ ପାଇଁ କେନ୍ଦ୍ରସରକାର ଜବର ଦସ୍ତି ଭାବରେ କୃଷକ ମାନଙ୍କ ଉପରେ ତିନିଗୋଟି କଳା କୃଷି ଆଇନ ଲଦି ଦେଇଛନ୍ତି ।


ଏହି କଳା କୃଷି ଆଇନ କୃଷକ ମାନଙ୍କ ଉପରୁ ଉଠେଇବା ପାଇଁ ଆଜି କୃଷକ ମୋର୍ଚ୍ଚା ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ରେ ସମ୍ପୂର୍ଣ ରୂପେ କଂଗ୍ରେସ ଦଳ ସମର୍ଥନ କରିଛନ୍ତି । ସରକାର ଯଦି ଏହି ତିନୋଟି କଳା କୃଷି ବିଲ ଆଇନ ପ୍ରତ୍ୟାହାର ନ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଫୁଲବାଣୀ ରାଷ୍ଟ୍ରୀୟ କୃଷକ ସଂଗଠନ ର ସଭାପତି ଚାଣକ୍ୟ କହଁର କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।