You are currently viewing ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର-୨୯.୦୯.୨୦୨୧, ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାଏ ୫ ଜଣ ଗିରଫ ହୋଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ତଦନ୍ତ ପାଇଁ ଆଗକୁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
ସୂଚନାଅନୁସାରେ, ଏହି ମାମଲାରେ ମାମଲାରେ ରହସ୍ୟମୟୀଙ୍କ ପରିଚୟ ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ୟୁକେ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ବ୍ୟାଙ୍କ ଆକାଉଣ୍ଟ, ମହିଳା ବିଦେଶୀ ଥିବାରୁ ତାଙ୍କର ପ୍ରକୃତ ପରିଚୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତ ନେବ ।
ଏଡିଜି କହିଛନ୍ତି ଯେ, ଗୋଟିଏ ଆକାଉଣ୍ଟର ପ୍ରୋଫାଇଲ ଫଟୋ ସହ ଭିଡିଓ କଲ ମ୍ୟାଚ କରୁଥିବା ଜଣାଯାଇଛି। ତେଣୁ ରହସ୍ୟମୟୀଙ୍କୁ ଠାବ କରିବାକୁ ଇଣ୍ଟରପୋଲର ସହାୟତା ନିଆଯିବ। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନିଆଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।