You are currently viewing ଓଡିଶା ଆୟୁଷ ଡାକ୍ତରଙ୍କ ଅସହଯୋଗ

ଓଡିଶା ଆୟୁଷ ଡାକ୍ତରଙ୍କ ଅସହଯୋଗ

  • Post category:ଓଡିଶା
  • Reading time:1 mins read

ପୁରୀ(ଏ ଏନ ଏସ )୧୨.୧୦.୨୦୨୧, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରମାନେ ଦୀର୍ଘ ୧୪ବର୍ଷ ହେବ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଥିଲେ ହେଁ ସେମାନଙ୍କୁ ଏଯାଏଁ ନିୟମିତ କରାଯାଇନାହିଁ।ଫଳରେ ଗତ ୨ ତାରିଖରୁ ସେମାନେ ଅନିର୍ଦ୍ଧିଷ୍ଟ ଦିନ ଯାଏଁ ଅସହଯୋଗ ଆରମ୍ଭ କରିଛନ୍ତି । ବାରମ୍ବାର ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ ହେଁ ଚାକିରୀ ନିୟମିତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ନିକଟରେ ସମସ୍ତ କ୍ଲିନିକାଲ କର୍ମଚାରୀଙ୍କୁ ଚାକିରୀରେ ନିୟମିତ କରାଯାଇଥିଲେ ମଧ୍ୟ କୋଭିଡ ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବା ସହ ରାଜ୍ୟର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଆସୁଛନ୍ତି। ତୁରନ୍ତ ସେମାନଙ୍କୁ ନିୟମିତ କରାନଗଲେ ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ ସମୂହ ଇସ୍ତଫା ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
୧-ଉମେଶ ଚନ୍ଦ୍ର ବେହେରା,ନିର୍ଦ୍ଦେଶକ, ଆୟୁଷ ବିଭାଗ
୨-ଡଃ ବଲ୍ଲଭ ଭଡ,ସଭାପତି,ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ
୩-ଡଃ ଭାରତୀ ଆଚାର୍ଯ୍ୟ,ଯୁଗ୍ମ ସମ୍ପାଦିକା,ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ

ଅନ୍ୟମାନଙ୍କୁ ଜଣାନ୍ତୁ।