pack2

ଚେହେରାରେ ଚମକ ଆଣିଥାଏ ମସୁର ଡାଲି ଫେସ୍ ପ୍ୟାକ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ରୋଷେଇ ଘରେ ସାଧାରଣତଃ ବିଭିନ୍ନ ପ୍ରକାର ଡାଲି ରଖାଯାଇଥାଏ। ଯେପରି ହରଡ ଡାଲି, ମୁଗ ଡାଲି ଏବଂ ମସୁର ଡାଲି ଆଦି। ଆପଣ ଜାଣିଛନ୍ତି କି ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହା ତ୍ୱଚାରେ ଗୋରାପଣ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ। ହାଇପ୍ରୋଟିନ୍ ଯୁକ୍ତ ମସୁର ଡାଲିରେ ପ୍ରସ୍ତୁତ ହୋଇଥିବା ଫେସ୍ ପ୍ୟାକ୍ ଡେଡ୍ ସ୍କିନ୍ ସେଲ୍ସକୁ ଦୂର କରିବା ସହ ତ୍ୱଚାରେ ଉଜ୍ୱଳ ଆଣିଥାଏ। ମସୁର ଡାଲି ସମସ୍ତ ପ୍ରକାର ତ୍ୱଚା ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମସୁର ଡାଲିରେ ପ୍ରସ୍ତୁତ ଫେସ୍ ପ୍ୟାକ୍ ବିଷୟରେ, ଯାହା ତ୍ୱଚାରେ ଆଣିଥାଏ ଉଜ୍ୱଳତା।

-ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଆପଣ ମସୁର ଡାଲିକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ତା’ପରଦିନ ଏହି ଡାଲିକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏଥିରେ ଏକ ଚାମଚ ଏଲୋଭେରା ଜେଲ୍ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ। ଲଗାଇବାର ୨୦ ପର୍ଯ୍ୟନ୍ତ ରଖିବା ପରେ ୫ ମିନିଟ୍ ପର୍ଯ୍ୟନ୍ତ ମୁହଁକୁ ଭଲଭାବେ ମସାଜ୍ କରି ଧୋଇ ଦିଅନ୍ତୁ।

-୪ ଚାମଚ ମସୁର ଡାଲି ଏବଂ ୪ ଟି ବାଦାମକୁ ଅଧା କପ୍ କ୍ଷୀରରେ ରାତିସାରା ଭିଜାଇ ରଖନ୍ତୁ। ପରେ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ। ଏହି ପ୍ୟାକ୍ କୁ ଲଗାଇ ୨୦ ମିନିଟ୍ ରଖିବା ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ।

-ରାତିରେ ଅଧା କପ୍ ପାଣିରେ ୪ ଚାମଚ ମସୁର ଡାଲି ଭିଜାଇ ରଖନ୍ତୁ। ପରଦିନ ସକାଳୁ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ୨ଚାମଚ ଚାଉଳକୁ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ସେହି ଡାଲି ପେଷ୍ଟରେ ୧ଚାମଚ ଚାଉଳ ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ସେଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ। ଏବେ ଏହି ୩ ଟି ଜିନିଷକୁ ଭଲଭାବେ ମିଶାଇବା ପରେ ଯଦି ପ୍ୟାକ୍ ଟିକିଏ ବହଳିଆ ହୋଇଯାଏ ତେବେ ସେଥିରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ। ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ଲଗାଇବାର ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବାରେ ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।