You are currently viewing ଆଜି ୪ ଘଣ୍ଟା ଜଗାଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗାଦର୍ଶନ ବନ୍ଦ

ପୁରୀ(ଏଏନଏସ) ୧୫.୧୨.୨୦୨୧, ଆଜି ମାର୍ଗଶିର  ଶୁକ୍ଳ ଦ୍ୱାଦଶୀ  ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ  ସମ୍ପନ୍ନ ହେବା ପରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନିତି ସମ୍ପାଦନ କରିବେ । ମହାପ୍ରଭୁଙ୍କୁ ହିଙ୍ଗୁଳ, ହରିତାଳ, ଶଙ୍ଖ, କଳା, କସ୍ତୁରୀ ଆଦି ବିଭିନ୍ନ ପାରମ୍ପରିକ ପ୍ରସାଧନ ସାମଗ୍ରୀରେ ପ୍ରସ୍ତୁତ ରଙ୍ଗରେ ମହାପ୍ରଭୂଙ୍କ ଶ୍ରୀମୁଖ ଚମକି ଉଠିବ ।

ବନକଲାଗି ପରେ ଚକାଆଖିକୁ ଦେଖି ଭକ୍ତମାନେ ବେଶ୍ ବିଭୋର ହୋଇଯାଆନ୍ତି । ବନକଲାଗି ନିତିକୁ ଦତ୍ତମହାପାତ୍ର ସେବକ ମାନେ ଏତେ ନିଷ୍ଠା ଓ ସମର୍ପଣ ଭାବ ନେଇ କରିଥାନ୍ତି ଯେ ଥରେ ଯେଉଁ ଭକ୍ତ ଚକାଆଖିକୁ ଦର୍ଶନ କରେ ସେ ମହାପ୍ରଭୁଙ୍କ ସହ ଜନ୍ମ ଜନ୍ମାନ୍ତର ପାଇଁ ଯୋଡି ହୋଇଯାଏ ।

ଏହି ନୀତି ପ୍ରାୟ ଚାରିଘଣ୍ଟାର ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଅପରାହ୍ନ ପ୍ରାୟ ଘ.୪.୦୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଜଗା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ନୂଆ ନିୟମ ଅନୁଯାୟୀ ଏହି ଗୁପ୍ତ ନୀତି ବା ବନକଲାଗି ନୀତି ଚାଲୁଥିବା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱଦେବାଦେବୀ ମନ୍ଦିର ଦର୍ଶନ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।