You are currently viewing ୨୭ ଦାଦନ ଶ୍ରମିକ ଉଦ୍ଧାର

୨୭ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି (ଏଏନଏସ)୦୨/୦୨: ଉଦ୍ଧାର ହେଲେ ୨୭ ଜଣ ଦାଦନ ଶ୍ରମିକ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତୁରେଇକେଲା ପୋଲିସ ଦ୍ୱାରା ଏହି ସବୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଜଣେ ସର୍ଦ୍ଦାରଙ୍କୁ ମଧ୍ୟ ଗିରଫ କରାଯାଇଛି ।  ସୂଚନା ଅନୁଯାୟୀ, ବେଆଇନ୍ ଭାବେ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରେଇକେଲା ରେଳ ଷ୍ଟେସନ୍ ନିକଟରେ ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ତୁରେଇକେଲା ଥାନା ଗଭରା, ତେଲେଲଖୁଣ୍ଟି ସହ ଆଖ ପାଖ ଗାଁର ହୋଇଥିବା ଜଣାପଡିଛି । ତେବେ ଜଣେ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏଥିରେ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।