You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ |
୨. ଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ, ବସ ଚଳାଚଳ ବନ୍ଦ |
୩. ଆଜିଠୁ ତୋଷାଳି ମେଳା, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
୪. ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା, ଏନେଇ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା ।
୫. ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ଗିରଫ |
୬. ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାଲୁକୁଦା ବଜାରର ଏକ ମଦ ଦୋକାନରେ ଚଢାଉ, ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ |
୭. ରାୟଗଡା ଜିଲ୍ଲା ରାମନାଗୁଡ଼ାଠାରେ ଏକ ଟ୍ରକରୁ ୩୫ଟି ବସ୍ତାରୁ ପ୍ରାୟ ୧୨୨୮ କେଜି ଗଞ୍ଜେଇ ଜବତ କଲା ପୋଲିସ, ଜଣେ ଗିରଫ |
୮. ଭଦ୍ରକ ଜିଲ୍ଲା ଜାମୁଝାଡି-ବାସୁଦେବପୁର ରାସ୍ତାର ପଟା ପୋଲ ନିକଟରେ ନିର୍ମାଣଧୀନ ପୋଲ ପୂର୍ବରୁ ଡ଼ାଇଭର୍ସନ ପାଇଁ ସୂଚନା ନ ଥିବାରୁ ପୋଲ ତଳକୁ ଖସିପଡିଲା ବାଇକ, ଯୁବକ ମୃତ ।
୯. କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ନାହାଳପୁର ହନୁମାନ ମନ୍ଦିର ନିକଟରେ ସଡକ ଦୁର୍ଘଟଣା, ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା, ସ୍କୁଟି ଆରୋହୀ ମୃତ |
୧୦. ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼, ଜଣେ ଆହତ, ଦୁର୍ବୃତ୍ତ ଫେରାର ।

ଅନ୍ୟମାନଙ୍କୁ ଜଣାନ୍ତୁ।