You are currently viewing ପୁଣି ଥରେ ଶକ୍ତିମାନକୁ ନେଇ ଚର୍ଚ୍ଚାରେ ମୁକେଶ ଖନ୍ନା

ପୁଣି ଥରେ ଶକ୍ତିମାନକୁ ନେଇ ଚର୍ଚ୍ଚାରେ ମୁକେଶ ଖନ୍ନା

୯୦ ଦଶକର ପ୍ରଥମ ସୁପର ହିରୋ ଶକ୍ତିମାନ ଛୁଆଙ୍କଠୁ ନେଇ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇପାରିଛି । ଅଭିନେତା ଏବଂ ନିର୍ମାତା ମୁକେଶ ଖନ୍ନା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ, ସିରିୟଲ ଶକ୍ତିମାନକୁ ଏକ ଫିଲ୍ମ ଫ୍ରାନଚାଇଜର ରୂପ ଦେବାକୁ ଯାଉଛନ୍ତି । ଏହାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଗାମୀ ବର୍ଷରେ ଏହି ଫ୍ରାନ୍‌ଚାଇଜର ପ୍ରଥମ ଫିଲ୍ମ ସୁଟିଂ ଆରମ୍ଭ ହେବ । ମୁକେଶ ଖନ୍ନା ଏହି ଫ୍ରାନଚାଇଜର ୩ଟି ଫିଲ୍ମ ବନେଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଫିଲ୍ମରେ ଶକ୍ତିମାନର ଚରିତ୍ର ପାଇଁ ମୁକେଶ ଖନ୍ନା ହିନ୍ଦୀ ସିନେମା କଳାକାରଙ୍କ ସନ୍ଧାନରେ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।