You are currently viewing ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା

ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା

  • Post category:ଅପରାଧ
  • Reading time:1 mins read

କୋଲକାତା(୭.୯.୨୨) : ନାଳରୁ ମିଳିଲା ସ୍କୁଲ ପିଲାଙ୍କ ମୃତ ଦେହ । ଦୁଇ ସପ୍ତାହ ନିଖୋଜ ରହିବା ପରେ ନାଳରୁ ଦୁଇ ସ୍କୁଲ ପିଲାଙ୍କ ମୃତ ଦେହ ମିଳିଛି । ସେମାନଙ୍କୁ ଅପହରଣ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ସତ୍ୟେନ୍ଦ୍ର ଚୌଦୁରୀ ଫେରାର ଅଛି । ତାକୁ ଧରିବା ପାଇଁ ପୋଲିସ୍ ଉଦ୍ୟମ ଯାରିରଖିଛି । ତେବେ ଅଗଷ୍ଟ ୨୨ ରେ ଏହି ହତ୍ୟକାଣ୍ଡ ଘଟିଥିଲା । ଦୁଇ ସ୍କୁଲ ପିଲାଙ୍କୁ ଅପହରଣ କରାଯାଇଥିଲା ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା । କୋଲକାତାର ବାଗିହାତି ଅଞ୍‌ଚଳରୁ ଅତୁନ ଦେ ଓ ଅଭିଷେକ ନାସ୍କର ଅପହରଣ ହେବା ପରେ ସେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଅଭିଯୁକ୍ତମାନେ ଅତୁନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ଅଭିଷେକ ଘରକୁ କୌଣସି ଫୋନ୍ ଯାଇ ନଥିଲା । ଅଭିଯୁକ୍ତମାନେ ଗୋଟିଏ ବାଇକ୍ କିଣିବାକୁ ୫୦ ହଜାର ଟଙ୍କା ମାଗିଥିଲେ । ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଷେକକୁ ମାରିଛନ୍ତି । ତେବେ ଅଭିଯୁକ୍ତମାନେ ହତ୍ୟା କରିବେ ବୋଲି ପୋଲିସ୍ ବିଶ୍ୱାସ କରି ନଥିଲା । ଅତନୁ ସ ସତ୍ୟେନ୍ଦ୍ର ପରସ୍ପରକୁ ଜାଣିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ତାଙ୍କ ଘରେ ଲୋକମାନେ ପଶି ଭଙ୍ଗାରୁଜା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।