You are currently viewing ରିଲ୍ସ ଭିଡିଓକୁ ନେଇ ରାଗିଲେ ସାଧୁ-ସନ୍ଥ

ରିଲ୍ସ ଭିଡିଓକୁ ନେଇ ରାଗିଲେ ସାଧୁ-ସନ୍ଥ

ଡେରାଡୁନ (୧୪.୯.୨୨) : ଆଜିକାଲିର ଯୁବ ପିଢି ରିଲ୍ସ କରିବା ପାଇଁ ପାଗଳ । ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲାଇକ ଓ ସେୟାର ବଢାଇବା ପାଇଁ ନୂଆ ନୂଆ ଉପାୟ କରନ୍ତି । ନିକଟରେ କିଛି ଯୁବକ ଓ ଯୁବତୀ ଧର୍ମନଗରୀ ହରିଦ୍ୱାରରେ ଫିଲ୍ମ ଗୀତରେ ରିଲ୍ସ କରିଛନ୍ତି । ଗଙ୍ଗାନଦୀ କୂଳରେ ଠିଆ ହୋଇ ଏମାନେ ନାଚୁଛନ୍ତି । ଏହାକୁ ନେଇ ସାଧୁ ସନ୍ଥ ରାଗିଛନ୍ତି । ହରିଦ୍ୱାର ଗଙ୍ଗା ସଭାର ସାଧାରଣ ସମ୍ପାଦକ ତନ୍ମୟ ବିଶିଷ୍ଟ କହିଛନ୍ତି ହର କି ପୌଡିରେ ଅମର୍ଯ୍ୟାଦିତ ଭିଡିଓ ବା ସୋଶିଆଲ ମିଡିଆରେ ରିଲ୍ସ କରିବା ଆଉ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ଏହା କରିବେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛନ୍ତି । ହର କି ପୌଡି ହେଉଛି ରତନ ଧର୍ମର ସନାତନ ଧର୍ମର ବିଶ୍ୱାସର କେନ୍ଦ୍ର ଏହାକୁ ସମ୍ନାନ ଦେବା ଆମର ଦାୟିତ୍ୱ ।

ଅନ୍ୟମାନଙ୍କୁ ଜଣାନ୍ତୁ।