You are currently viewing ମରାମତି ପାଇଁ ଖୋଲିବ ରତ୍ନଭଣ୍ଡାର

ମରାମତି ପାଇଁ ଖୋଲିବ ରତ୍ନଭଣ୍ଡାର

  • Post category:ଓଡିଶା
  • Reading time:1 mins read

ପୁରୀ (୧୭.୯.୨୨) : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୭ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଯେଉଁଥିରେ ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଆଲୋଚନା କରାଯିବ । ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିବାକୁ ଏଠାରେ ନିଷ୍ପତି ନେବ । ଏ ନେଇ ସୂଚନା ଦେଇଛନ୍ତି ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ଶ୍ରୀମନ୍ଦିର ମରାମତି ଓ ସୁରକ୍ଷା ନେଇ ଆଜି ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଥିଲେ । ବୈଠକ ପରେ ଶ୍ରୀମନ୍ଦିର କୋର କମିଟି ସଦସ୍ୟ ତଥା ଏକ୍ସ ପର୍ଟ କମିଟି ସଦସ୍ୟ ଏନସି ପାଲ କହିଛନ୍ତି । ନାଟ ମଣ୍ଡପ ବିମରେ ଫାଟ ଓ ପଥ ଖସିଯିବା ନେଇ ଆଲୋଚନା ହୋଇଥିଲା । ଏହା ଛଡା ଜଗମୋହନ ବାହାର ପାଶ୍ୱର୍ ମରାମତି , ରୋଷଘର ମରାମତି କୁରୁମ ବେଢା ମରାମତି ନେଇ ଆଲୋଚନା ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।