You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି କରିଛନ୍ତି ବାଲୁକାଶିଲ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳାକୃତି କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ସେ ପାର୍ଥନା କରିଛନ୍ତି ।
୨. ବାଲେଶ୍ୱରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ପ୍ରଥମେ ସ୍ୱାମୀକୁ ମରଣାନ୍ତକଆକ୍ରମଣ କରି ଟଙ୍କା ଲୁଟିବା ପରେ ପରେ ସ୍ତ୍ରୀକୁ ଦୁଷ୍କର୍ମ କଲେ । ଏହି ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟ ଥାନା ଗୋଧିବସା ଅଞ୍ଚଳରେ । ତେବେ ଏହି ଘଟଣାରେ ପୋଲିସ ୬ ଜଣକୁ ଗିରଫ କରିଛି ।
୩. ଗଞ୍ଜେଇ ରେଡ ବେଳେ କାରରୁ ଧରା ପଡିଲା ପୁଳାପୁଳା ରୁପା ଇଟା । କାରର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର କରାଯାଉଥିଲା । ଏହା କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢାଉ କରାଯାଇଥିଲା ।
୪. ପ୍ରବଳ ବର୍ଷାରେ ଭାଙ୍ଗିଲା ପୋଲ । ଦୁଇ ଦିନ ହେବ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯେଗୁଁ ବହୁସ୍ଥାନରେ ଛୋଟ ବଡ କ୍ଷତି ସବୁ ହୋଇଛି । ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତ ବୁନ୍ଦୁଲି ଛକ ଦେଇ ଯାଇଥିବା ଗାଁ ପର୍ଯ୍ୟନ୍ତ ଆର.ଡି ରାସ୍ତାର ବ୍ରିଜ ଭାଙ୍ଗି ଯାଇଛି । ଫଳରେ ଗାଁ ଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
୫. ଏନଏମଏ ନିଷ୍ପତ୍ତିକୁ ମାନିବାକୁ ଚାହୁନି ଶ୍ରୀମନ୍ଦିର ପ୍ରଶାସନ । ଏ ସଂକ୍ରାନ୍ତରେ ରାଜ୍ୟ ସଂସ୍କୁତି ବିଭାଗକୁ ଚିଠି ଲେଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣକୁ ନେଇ ପ୍ରାୟ ୮ ବର୍ଷ ତଳେ ଦେଇଥିବା ନିଜ ନିଷ୍ପତିକୁ ବଦଳାଇଛି ଏନଏମଏ । ସେତେବେଳେ ୧୨.୧୯ ମିଟର କୋଠା ପାଇଁ ଅନୁମତି ମିଳିଥିବା ବେଳେ ଏବେ ତାହାକୁ ୭.୫୦ ମିଟର କରିବା ପାଇଁ କୁହାଯାଇଛି ।
୬. ଆଜି ସକାଳେ ସିଡିଏ- ୮ କୁ ଯାଉଥିବା ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ପ୍ରାୟ ୩୦ ପିଲା ଥିଲେ । ତେବେ ପିଲାମାନେ ସୁରକ୍ଷିତ ଥିବା ଜଣା ଯାଇଛି । ତେବେ ଏହି ବସରେ ଆଗରୁ ମଧ୍ୟ ୨ ଥର ଏପରି ଘଟଣା ଘଟିଥିବା ବେଳେ ଏହାକୁ ଚେଞ୍ଜ କରାଯାଉ ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
୭. ପାଖେଇ ଅସୁଛି ପାର୍ବଣ ତେଣୁ ଏହି ସମୟରେ ମାତିଛନ୍ତି ସାଇବର ଲୁଟେରା । ସେମାନେ ଆପଣଙ୍କ ଅକାଉଣ୍ଟକୁ ଖାଲି କରିପାରନ୍ତି । ଏଥି ପାଇଁ ଭୁବନେଶ୍ୱର ଡିସିପି ସତର୍କ କରାଇଛନ୍ତି ।
୮. ଏବେ ଓଡିଆ ଭାପାଷାରେ ଦେଇ ହେବ ଓଏଏସ ପରୀକ୍ଷା । ଇଂରାଜୀ ଭାଷା ସହ ଓଡିଆ ସହ ଓହିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ, ମେନ ଓ ଇଣ୍ଟରଭ୍ୟୁ ସବୁକିଛି ପୂର୍ବରୁ ଇଂରାଜୀରେ ହେଉଥିଲା ଏବେ ତାହା ଓଡିଆରେ ହେବ । ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇ ପାରିବେ ।
୯. ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଚର୍ଚ୍ଚା ଭିତରେ ମୁଣ୍ଡ ଟେକିଛି ରଘୁନାଥ ବେଶ ଆୟୋଜନ । କୁହାଯାଇଛି ରଘୁନାଥ ବେଶ ପାଇଁ ଦରକାର ବିରାଟ ଆୟୋଜନ । ଆଉ ଯଦି ତିଥି ପଡେ ତେବେ ଏହାର ଆୟୋଜନ ପାଇଁ କେତେ ପ୍ରସ୍ତୁତ ସରକାର । ଏଭଳି ଚର୍ଚ୍ଚା ଭିତରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବିନ୍ଦ୍ର ନାଥ ମିଶ୍ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ।
୧୦. ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ ଦୁର୍ଘଟଣାରେ ଗୁରୁତ୍ୱର ଯୁବକଙ୍କ ମୃତ୍ୟୁ ହେବା ପରେ ଦେଖାଦେଲା ଉତ୍ତେଜନା । ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡା- ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।