You are currently viewing ଜାନୁଆରୀ ଆରମ୍ଭ ହେବ ରାଉରକେଲାକୁ ଦୈନିକ ବିମାନ ସେବା

ଜାନୁଆରୀ ଆରମ୍ଭ ହେବ ରାଉରକେଲାକୁ ଦୈନିକ ବିମାନ ସେବା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୯.୧୨.୨୨) : ହକି ବିଶ୍ୱକପ ଆୟୋଜନ ହେବା ସହିତ ରାଉରକେଲା ବାସୀ  ଙ୍କ ପାଇଁ ଅନ୍ୟ ଏକ ଖୁସି ଯୋଡି ହୋଇଯାଇଛି । ଜାନୁଆରୀ ୭ ରୁ ରାଉରକେଲା କୁ ଦୈନିକ  ବିମାନ ସେବା ମଧ୍ୟ ଆରମ୍ଭ ହେବ । ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନ ବନ୍ଦର ରୁ ରାଉରକେଲା କୁ ପ୍ରଥମ ବିମାନ ଉଡାଣ ହେବ । ଅନେକ ଲୋକ ଏବେ ବି ସନେ୍ଦହ ରେ କି କେବଳ ହକି ବିଶ୍ୱକପ  ପାଇଁ ରାଉରକେଲାରୁ ବ୍ୟବସାୟିକ ଉଡାଣ ହେବ । ବିଶ୍ୱକପ ଶେଷ ହେବାପରେ ଯଥେଷ୍ଟ ଯାତ୍ରୀ ହେଊଥିବାରୁ ବା ଅନ୍ୟ କୈାଣସି  କାରଣ ରୁ ଏହାକୁ ବନ୍ଦ କରିଦିଆଯାଇପାରେ ।ଭୁବନେଶ୍ୱର ବିମାନ ବନ୍ଦର ନିଦେ୍ର୍ଦଶକ ପ୍ରସନ ପ୍ରଧାନ କହିଛନ୍ତି  ଭୁବନେଶ୍ୱର ବିମାନ ବନ୍ଦର ରୁ ଅପରାହ୍ନ ୨.୫୫ ମିନିଟରେ ବିମାନ  ଉଡାଣ ଆରମ୍ଭ କରିବ ଓ ଅପରାହ୍ନ ୩.୫୦ ରେ ରାଉରକେଲା ରେ ଅବତରଣ କରିବ । ସେହିପରି ରାଉରକେଲାରୁ  ଅପରାହ୍ନ ୪.୧୦ ରେ ଉଡାଣ ଭରି ଭୁବନେଶ୍ୱର ରେ ୫.୧୦ ରେ ପହଂଚିବ । ରାଉରକେଲା ରୁ   ଭୁବନେଶ୍ୱର ବିମାନ ଯାତ୍ରା ଭଡା  ୨୬୮୦ ଟଙ୍କା ଥିବା ବେଳେ ଭୁବନେଶ୍ୱର ରୁ । ରାଉରକେଲା ୨୭୮୮ ଟଙ୍କା ଧାର୍ଯ୍ୟ  କରାଯାଇଛି । ୨୦୨୩ ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ ଓଡିଶାରେ ଆୟୋଜନ ହେଉଥିବାରୁ ରାଉରକେଲାକୁ ବିମାନ ଚଳାଚଳ ଆବଶ୍ୟକ ହୋଇପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।