You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଭୂମିକମ୍ପରେ ଥରିଲାଣି ତୁର୍କୀ ଏବଂ ସିରିୟା । ଏପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଦୁଇ ଦେଶର ବ୍ୟାପକ କ୍ଷତି ଘଟିଲାଣି ।
୨. ଲୋକପ୍ରିୟ ଢୋଲବାଦକ ଦିନେଶପ୍ରସାଦ ମିଶ୍ରଙ୍କ ପରଲୋକ । ମୃତ୍ୟୁ ବେଳେକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଉତ୍ତରପ୍ରଦେଶ ଲକ୍ଷେ୍ମøରେ ଆୟୋଜିତ ସନତକଦା ଫେଷ୍ଟିଭାଲରେ ବାଦ୍ୟଯନ୍ତ୍ର ବଜାଉଥିବା ସମୟରେ ତାଙ୍କୁ ହାର୍ଟଆଟାକ ଆସିଥିଲା ।
୩. ମୁମ୍ବାଇ ବିମାନ ବନ୍ଦରରେ ହାଇ ଆଲର୍ଟ । ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଆସିଛି ଧମକପୂର୍ଣ୍ଣ କଲ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
୪. ରାଜନଗର ବ୍ଲକ ଘଡିଆମାଳ ଗାଁରୁ ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ଏହି ଗାଁର ବଂଶୀଧର ପ୍ରଧାନଙ୍କ ଘର ଭିତରେ ତାଙ୍କ ପରିବାର ଲୋକେ ଏକ ବିରାଟକାୟ ଅଜଗର ସାପକୁ ଦେଖିଥିଲେ ।
୫. ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି ।
୬. ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଲେପର୍ଶି କଲୋନୀରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ।
୭. ପାଇଖାନା ଘରେ ମୃତ ଦେହ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ମୃତକ ଜଣକ ମିଲୁ ପ୍ରଧାନ ।
୮. ବଦଳିଳା ସ୍ମାର୍ଟ ସିଟି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ୧୨ ମହଲା ବିଶିଷ୍ଠ ଆଇସିଓଏମସି କୋଠାର ୫ ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ । ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏସସି ମଲରେ କାର୍ଯ୍ୟ କରୁଥିଲା ।
୯. ସ୍ୱର୍ଗତ ନବ ଦାସଙ୍କ ଆଜି ଦଶାହ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଛି । ଝାରସୁଗୁଡା ରେ ସ୍ମୃତି ସଭା ହେବ । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ।
୧୦ . ଜଳୁଛି ଜଙ୍ଗଲ । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ । ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।