You are currently viewing ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

  • Post category:ଓଡିଶା
  • Reading time:1 mins read

ପୁରୀ (24.4.23): ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଗତକାଲି ଅକ୍ଷୟ ତୃତୀୟାରେ ରଥ ଅନୁକୁଳ ହୋଇଥିଲା । ରଥଖଳାରେ ତୁମ୍ଭ କାର୍ଯ୍ୟ ଆରମ୍ଭ ପାଇଁ ମାପ ସହ ଖୋଦେଇ କରାଯାଇଥିଲା । ଆଜି ସକାଳୁ ସେହି ମାପରେ ଆରମ୍ଭ ହୋଇଛି ତୁମ୍ଭ ହଣା କାର୍ଯ୍ୟ । କରତିଆ ସେବକମାନେ ଏହି କାର୍ଯ୍ୟ ରଥଖଳାରେ ଆରମ୍ଭ କରିଛନ୍ତି । ରଥ ସଂହିତା ଅନୁସାରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଭଉଁରୀ ଦିନ ତିନି ରଥର ଅଖ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ତେଣୁ ଜୋରସରରେ ରଥଖଳାରେ ରଥ ନିର୍ମାଣ କାମ ଚାଲିଛି । ସେପଟେ ରଥଖଳାରେ ବାହାର ଲୋକ ନପଶିବା ପାଇଁ କଟକଣା ଜାରି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।