You are currently viewing ଆଜି ମାତୃ ଦିବସ

ଆଜି ମାତୃ ଦିବସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୧୪/୦୫, ଆଜି ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପି ସୁଦର୍ଶନ ପଟ୍ଟନାୟକ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକାକୃତି ମାଧ୍ୟମରେ ମାଆକୁ ସମ୍ମାନ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସୁଦର୍ଶନ ମାଆର ମମତାକୁ ଅତି ଜୀବନ୍ତ ଭାବେ ପ୍ରଦର୍ଶିତ କରିଛନ୍ତି। ଜଣେ ମାଆ କିଭଳି ନିଜ ପିଲାଙ୍କୁ ଜଗତର ସବୁଠାରୁ ଅଧିକ ସ୍ନେହ ମମତା ଅଜାଡି ଦେଉଛି ଏହି ବାଲୁକାକୃତିରେ ବାରି ହୋଇପଡୁଛି। ଆଉ ମାଆର ମମତା ଟିକେ ପାଇବା ପାଇଁ ପିଲାମାନେ କିଭଳି ମାଆକୁ ଜାବୁଡି ଧରିଛନ୍ତି ତାହା ମଧ୍ୟ ବାଲୁକାକୃତିଟି ସମସ୍ତଙ୍କ ହୃଦୟରେ ନିଆରା ଅନୁଭୁତି ସୃଷ୍ଟି କରିପାରିଛି। ଏଣୁ ସୁଦର୍ଶନ ପଟ୍ଟନାୟକ ମାତୃ ଦିବସରେ ଏଭଳି ମନଲୋଭା ବାଲୁକାକୃତି ଗଢି ସାରା ଦୁନିଆକୁ ମାଆ ଓ ମମତାର ମୁଲ୍ୟ ବୁଝାଇବାକୁ ପ୍ରୟାସ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।